Malijhar-The Voice of an Indian Village

A peaceful village with scenic beauty sorrounded by hill,river and farmland.

Titlagarh

Stories and News of Malijhar and It's neighborhood.

view:  full / summary

Titlagarh: The hottest place of Odisha.

Posted by malijhar on April 12, 2014 at 5:05 AM Comments comments (0)

 ଓଟ ପକ୍ଷୀ, ରେକର୍ଡ଼ ଖରା ଓ ଆମେ ଟିଟିଲାଗଡ଼ବାସୀ

                                  

ସ୍କାଏମେଟ୍ ଡଟ୍ କମ୍ ଅନୁସାରେ ଚଳିତ ମାସ ୮ ତାରିଖ ରେ ଟିଟିଲାଗଡ ର ତାପମାତ୍ରା ଥିଲା ଭାରତ ର ସର୍ବାଧିକ ତାପମାତ୍ରା . ବିଗତ କିଛି ଦଶନ୍ଧି ର ସ୍ଥାନୀୟ ପାଣିପାଗ କୁ ବିଶ୍ଳେଷଣ କଲେ ଜଣା ପଡେ ଯେ ଟିଟିଲାଗଡ ଅଂଚଳ ର ହାରାହାରି ତାପମାତ୍ରା ବଢିବାରେ ଲାଗିଛି. ନିରନ୍ତର ବଢୁଥିବା ତାପମାତ୍ରା କୁ ରୋକିବା ପାଇଁ ସରକାରୀ ସ୍ତରରେ କିଂଚିତ୍  ସ୍ବାଗତଯୋଗ୍ୟ  ପଦକ୍ଷେପ ନିଆ ଯାଇଛି କିନ୍ତୁ ତାହା ଏହି ବିକଟାଳ ସମସ୍ୟା ର ପର୍ଯ୍ୟାପ୍ତ ସମାଧାନ ନୁହେଁ.  

ଟିଟିଲାଗଡ ଅଂଚଳବାସୀ ବର୍ଦ୍ଧିଷ୍ଣୁ ତାପମାତ୍ରା ରେ ଡହଳ ବିକଳ ହେଉଥିବା ସମୟରେ ପାଂଚ ବର୍ଷ ପୁର୍ବେ   ‌ ସରକାର ଏ ଅଂଚଳ ରେ ଏକ ତାପଜ ବିଦ୍ୟୁତ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ସାହାରା ଇଣ୍ଡିଆ ପାୱାର କର୍ପୋରେସନ୍ କୁ ଅନୁମତି ପ୍ରଦାନ କଲେ. ତାପଜ ବିଦ୍ୟୁତ କେନ୍ଦ୍ର ପାଇଁ ପ୍ରସ୍ତାବିତ ସାଇଟ୍ ରେ କୌଣସି ସଂରକ୍ଷିତ ଜଂଗଳ ଜମି ନ ଥିବାରୁ ଏହା ପରିବେଶ ମନ୍ତ୍ରଣାଳୟ ର ‌‌ସ୍ବୀକୃତି ମଧ୍ୟ ମିଳିଗଲା. ଅଂଚଳ ର ନେତୃବୃନ୍ଦ ଓ ବୁଦ୍ଧିଜୀବୀଙ୍କ ତରଫରୁ ଏ ପ୍ରକଳ୍ପ ପ୍ରତି ବିଶେଷ ଅନୁରାଗ ପ୍ରଦର୍ଶନ କରାଗଲା. ଏହା ଏକ ନିର୍ବିବାଦୀୟ ପ୍ରକଳ୍ପ ହୋଇ ଥିବାରୁ ଏଥିରେ  ନିବେଶକ ମାନେ ବିଶେଷ ଆଗ୍ରହ ପ୍ରକାଶ କରିଥିଲେ.  ପ୍ରକଳ୍ପ ପାଇଁ  ପ୍ରାୟତଃ ଜମି ଅଧିଗ୍ରହଣ କରାଯାଇ ସାରିଛି. ସାହାରା ଇଣ୍ଡିଆ ବର୍ତ୍ତମାନ ନିଜର କିଛି ବ୍ୟକ୍ତିଗତ ସମସ୍ୟା ର ସମାଧାନ କରିବା ପାଇଁ ବ୍ୟସ୍ତ ଥିବାରୁ ଏହି ପ୍ରକଳ୍ପ କାର୍ଯ୍ୟ ରୂପାୟନ ଦିଗ ରେ ଶିଥିଳତା ଆସିଛି. କିନ୍ତୁ ଡେରିରେ ହେଲେ ମଧ୍ୟ ଏହି ତାପଜ ବିଦ୍ୟୁତ କେନ୍ଦ୍ର ର ସ୍ଥାପନା ଯେ ନିଶ୍ଚିତ ଏଥିରେ ସନ୍ଦେହ ନାହିଁ. 

ତାପଜ ବିଦ୍ୟୁତ୍ କେନ୍ଦ୍ର ର ଦୁଷ୍ପ୍ରଭାବ ସମ୍ପର୍କରେ ସମସ୍ତଙ୍କୁ ଉଣା ଅଧିକେ ଜଣା. ଓଟ ପକ୍ଷୀ ଯେପରି ଆଗନ୍ତୁକ ଶତ୍ରୁଠାରୁ ରକ୍ଷା ପାଇବା ପାଇଁ  ଲଢେଇ କରିବା ପରିବର୍ତ୍ତେ ବାଳିରେ ନିଜ ମୁଣ୍ଡ କୁ ପୋତି ଦେଇ ଭାବେ ସେ ବିପଦ ମୁହଁରୁ ବର୍ତ୍ତି ଯିବ ଆମ ନେତୃତ୍ୱ ମଣ୍ଡଳୀ ଓ ଜନ ସାଧାରଣଙ୍କ ଆଚରଣ ଠିକ ସେହିପରି. ପ୍ରଦୁଷଣ ରୂପକ ଆସନ୍ନ ବିପଦକୁ ଜାଣି ସୁଦ୍ଧା ମୌନ ରହିବା  
ବିଶ୍ବ ରେ କୋଇଲା କୁ ବ୍ୟବହାର କରି ପରିଚାଳିତ ହେଉଥିବା ଏପରି ତାପଜ ବିଦ୍ୟୁତ କେନ୍ଦ୍ର ବିକଶିତ ହୋଇ ନାହିଁ ଯାହା ପରିବେଶ ଅନୁକୁଳ ହୋଇଥିବ. କିନ୍ତୁ ଆମେ ତ କମ୍ପାନୀଠାରୁ ପ୍ରତିଶ୍ରୁତି ପାଇଛୁ ପ୍ରକଳ୍ପ ପ୍ରତିଷ୍ଠା ହେଲେ ଟିଟିଲାଗଡ ସବୁଜିମାରେ ଭରିଯିବ ଓ ଫଲସ୍ବରୁପ ତାପମାତ୍ରା  ହ୍ରାସ ହେବ ଏଣୁ ପରିବେଶ ପ୍ରତି ଚିନ୍ତାଶୀଳ ନହୋଇ ପ୍ରକଳ୍ପରୁ କିଭଳି କୁଟୁମ୍ବ ପୋଷାଯାଇ ପାରିବ ଏଥି ପ୍ରତି ଯତ୍ନଶୀଳ ହେବା ଦରକାର!! ଏହି ପ୍ରକଳ୍ପ ହେଲେ ଅଂଚଳର ଯୁବକଗଣ କର୍ମସଂସ୍ଥାନ ପାଇବେ, ପରୋକ୍ଷ ରୋଜଗାରର ସୁଯୋଗ ସୃଷ୍ଟି ହେବ, ଟିଟିଲାଗଡ ସହରର ବ୍ୟବସାୟ ବଢ଼ିବ ଓ ଅନ୍ୟାନ୍ୟ ପାରିପାର୍ଶ୍ବିକ ଅବସ୍ଥାର ମାନ ବୃଦ୍ଧି ହେବ-ଏଭଳି ଅନେକ ସ୍ବପ୍ନ ଆମ ଆଖି ସାମନାରେ ନାଚୁଛି. କିନ୍ତୁ ଏସବୁ ସ୍ବପ୍ନ ଓ ବାସ୍ତବତା ଭିତରେ ଥିବା ଫରକ୍ କୁ ବୁଝିବାକୁ ଆମକୁ ବହୁତ ବାଟ ଯିବା ଆବଶ୍ୟକ ନାହିଁ ବରଂ ତାଳଚେର କିମ୍ବା କୋର୍ବା ଗଲେ ଏହା ଆପେ ବୁଝା ପଡିଯିବ. 
ତାପଜ ପ୍ରକଳ୍ପ ଦ୍ବାରା କିଛି ମାତ୍ରାରେ ଅଂଚଳର ଦାରିଦ୍ର୍ୟତା ଦୂର ହେବ ଏଥିରେ ସନ୍ଦେହ ନାହିଁ  କିନ୍ତୁ ସ୍ବାସ୍ଥ୍ୟ ଓ ପରିବେଶ ଉପରେ ଏହାର କଣ ପ୍ରଭାବ ପଡିବ ଏଥିପ୍ରତି ଚିନ୍ତା କରିବା ପାଇଁ ଏବେବି ଆମ ପାଖରେ ସମୟ ମହଜୁଦ୍ ଅଛି. ତେଣୁ ବ୍ୟକ୍ତିଗତ ସ୍ବାର୍ଥ କୁ କିଛି ସମୟ ପାଇଁ ଦୁରେଇ ଦେଇ ଆମ ଭବିଷ୍ୟତ ପିଢୀର ସାମୂହିକ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ପଡିବ. 

 


Malijhar- An introduction

Posted by malijhar on April 28, 2011 at 1:45 PM Comments comments (1)

ବଲାଙ୍ଗିର ଜିଲ୍ଲା ର ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ବାଞ୍ଜିପଦର ଗ୍ରାମ ପଞ୍ଚାୟତ ର ଗୋଟିଏ ଗାଁ ମାଲିଝର . ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲା ର ସୀମାନ୍ତ ରେ ଅବସ୍ଥିତ ଏହି ଗାଁ ପ୍ରାକୃତିକ ଦୃଶ୍ୟରାଜୀ ରେ ଭରପୁର. ଉତ୍ତର ପୁର୍ବ ରେ ବହି  ଚିରସ୍ରୋତା ତେଲ ନଦୀ ଯାହା ମହାନଦୀ ର ଏକ ପ୍ରମୁଖ ଶାଖା ନଦୀ. ଗାଁ ର ପଶ୍ଚିମ ରେ ଠିଆ ହୋଇଛି ସବୁଜ ଫୁଲମତୀ ପାହାଡ଼. ଗାଁ ର ଚାରିପଟେ ଘେରି ରହିଛନ୍ତି ମାଳ ମାଳ ଧାନ କ୍ଷେତ ଓ ଆଖୁ କିଆରୀ. 



An edge... of my village

Posted by Dinesh Kumar Bag on May 13, 2010 at 9:53 AM Comments comments (0)

Viewed from a distance a Indian village may appear deceptively simple... but Viewed from a distance, an Indian village may appear deceptively simple. A cluster of mud-plastered walls shaded by a few trees, among a stretch of green or dun-colored fields, with a few people slowly coming or going, oxcarts creaking, cattle lowing, and birds singing--all present an image of harmonious simplicity.

         My village fulfills the above all characteristics but I don't know why she is so special?She is always caring, responsible and attractive for us. Whenever I go to my village from my job , an automatic smiling spreads over the face. May be it is the feeling of a mother's touch by her child. But I am unfortunate that for this PAPI PET , I am suffering the distance from my loving land ...MALIJHAR. Sorry  Maa....Please keep blessings on your children always.. I LOVE YOU ...MALIJHAR MAA


Rss_feed